ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବୟସାଧିକ କାରଣରୁ ସେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । କହିଛନ୍ତି, ବର୍ତ୍ତମାନ ତାଙ୍କୁ ୮୩ବର୍ଷ ହୋଇଥିବାବେଳେ ଆସନ୍ତାବର୍ଷ ତାଙ୍କୁ ୮୪ବର୍ଷ ହେବ । ତେଣୁ ଯଦି ସେ ନିର୍ବାଚନ ଲଢ଼ିବେ, ତେବେ ଜନତାଙ୍କୁ ଉଚିତ୍ ନ୍ୟାୟ ଦେଇପାରିବେ ନାହିଁ । ତା’ଛଡା ବୟସ ବଢ଼ିବା ସହ ଆବଶ୍ୟକ ଅନୁସାରେ କାମ ବି କରିପାରିବେ ନାହିଁ । ଯଦି ଲୋକ ପ୍ରତିନିଧି ହୋଇ କାମ କରିନପାରିବେ, ତେବେ କିଛି ଲାଭ ନାହିଁ । ସେଥିପାଇଁ ୨୦୨୪ରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା