The Topmost

“The eyes believe themselves, the ears believe other people.”

ନିର୍ବାଚନ ତାରିଖ ଘୋଷଣା ନହେଉଣୁ ମାଗଣା ବିଜୁଳି ଘୋଷଣା..

ନିର୍ବାଚନ ପୂର୍ବରୁ ମାଗଣା ବିଜୁଳି ଘୋଷଣା । ଏପଟେ ତାରିଖ ଘୋଷଣା ହୋଇନି ଆଉ ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୧୦ ଟି ପ୍ରତିଶ୍ରୁତି ଘୋଷଣା ହେଲାଣି । ବିଜୁଳି ରାଜନୀତିରୁ କ୍ଷମତାକୁ ଆସିଥିବା ଆପ୍ ପଦାଙ୍କ ଅନୁସରଣ କରିଛି କଂଗ୍ରେସ । ସୂଚନା ଅନୁସାରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ନଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ସହ ୧୦ ଟି ପ୍ରତିଶ୍ରୁତି ଘୋଷଣା କରାଯାଇଛି । ସୂଚନା ମୁତାବକ ହିମାଚଳର ସିମଲା ଠାରେ ଆଜି ପହଂଚିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ନିର୍ବାଚନ ପର୍ଯ୍ୟବେକ୍ଷକ ଭୂପେଶ ସିଂ ବଘଲେ । ତାଙ୍କ ସହ କଂଗ୍ରେସ ନେତା ପ୍ରତାପ ସିଂ ବାଜବା, ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା, ପ୍ରଦେଶ ଅଧ୍ୟକ୍ଷ ପ୍ରତିଭା ସିଂ, ମୁକେଶ ଅଗ୍ନିହୋତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏଭଳି ଘୋଷଣା କରାଯାଇଛି ।