ଚୀନରେ ସନ୍ଦିଗ୍ଧ ନିମୋନିଆ ବ୍ୟାପିବା ଘଟଣାରେ ଭାରତର ଉଦବେଗ । ଏହି ରୋଗର ଉପଯୁକ୍ତ ଯାଞ୍ଚ କରିବା ଉଚିତ ବୋଲି ଚୀନ ଉଦ୍ଦେଶ୍ୟରେ କହିଛନ୍ତି କେନ୍ଦ୍ରର କୋଭିଡ ପ୍ୟାନେଲ ମୁଖ୍ୟ ଡାକ୍ତର ଏନକେ ଆରୋରା । ଭୟଙ୍କର ମହାମାରୀ କୋଭିଡରେ ବ୍ୟାପକ କ୍ଷତିର ଶିକାର ହୋଇଥିବା ଭାରତ ଚୀନରେ ବ୍ୟାପିଥିବା ସନ୍ଦିଗ୍ଧ ରୋଗ ପ୍ରତି ସତର୍କ ଦୃଷ୍ଟି ରଖିଛି । ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ ବା ଏନଟିଏଜିଆଇର ମୁଖ୍ୟ ଡାକ୍ତର ଆରୋରା କହିଛନ୍ତି- ଯଦି ଏହି ସନ୍ଦିଗ୍ଧ ରୋଗ ଚୀନ ଲାଗି ଆହ୍ବାନ ସୃଷ୍ଟି କରେ ତେବେ ଚୀନ ସରକାର ଅନ୍ତରାଷ୍ଟ୍ରୀୟ ସମୁଦାୟର ସହଯୋଗ ଲୋଡିବା ଉଚିତ । ଚୀନରେ ସନ୍ଦିଗ୍ଧ ରୋଗ ବ୍ୟାପିବା ଉପରେ ବିଶ୍ବ ସତର୍କ ଦୃଷ୍ଟି ରଖିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ