The Topmost

“The eyes believe themselves, the ears believe other people.”

ନାରୀ ଲୁହରେ ଭାସିଗଲା ଉଦ୍ଧବ୍‌ ଠାକରେଙ୍କ ସତ୍ତା

ଫଳିଲା କି ନାରୀର ଅଭିଶାପ । ଯୋଉ ନାରୀର ଲୁହରେ ଜଳି ଯାଇଥିଲା ସୁନାର ଲଙ୍କା, ଯୋଉ ନାରୀର ଲୁହରେ ବିନାଶ ହେଇଥିଲା କୁରୁବଂଶର । କଳିଯୁଗରେ ବି ଏପରି କିଛି ହେଇପାରେ କି ନାହିଁ ବୋଲି ଆଶଙ୍କା କରାଯାଉଛି । ଦିନ ଥିଲା ବିନା ଦୋଷରେ ବଲିଉଡ କଂଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟରେ ବୁଲଡୋଜର ଚାଲିଥିଲା । ସେହି ଘଟଣାରେ ଦିନେ କଙ୍ଗନା କହିଥିଲେ କି ବିନା ଦୋଷରେ ମୋ ଘର ଭାଙ୍ଗୁଥିବା ଅହଂକାରୀଂମାନଙ୍କ ଅହଂ ନିଶ୍ଚୟ ଭାଙ୍ଗିବ । ତେବେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଉଦ୍ଧବ ଠାକରେଙ୍କ ମେଣ୍ଟ ରାଜନୀତିର କରୁଣ ପରିସ୍ଥିତିକୁ ତାଙ୍କ ଅହଂ ଭାଙ୍ଗିବା କଥା ସହ ସାମଞ୍ଜସ୍ୟ କରାଯାଉଛି ।

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରରେ ଦେଖାଦେଇଛି କନ୍ଦଳ । ସରକାରର ଏହି ସଂକଟକୁ ଗୋଟିଏ ଗୋଷ୍ଠୀ ପ୍ରକୃତିର ନ୍ୟାୟ ବୋଲି କହିବାରେ ଲାଗିଛନ୍ତି । ସରକାରର ପତନକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ଏହି ଗୋଷ୍ଠୀ ସୋସିଆଲ ମିଡିଆରେ ମଧ୍ୟ ଯୁକ୍ତି ଦର୍ଶାଉଛି ଯେ ଉଦ୍ଧବ ସରକାର କାହିଁକି ଆଉ କିଛି କ୍ଷଣ ପାଇଁ ବି ରହିବା ଅନୁଚିତ । ଏହି ଯୁକ୍ତିରେ, ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଘର ଭାଙ୍ଗିବା ଠାରୁ ଆରମ୍ଭ କରି ପାଲଘରରେ ସାଧୁଙ୍କ ଲିଞ୍ଚିଂ, ଶିବସେନା ଦ୍ୱାରା ଜଣେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମାଡ ମାରିବା ଏବଂ ସାଂସଦ ନବନୀତ ରାଣାଙ୍କୁ ବନ୍ଦୀ କରିବା ଭଳି ମାମଲା ରହିଛି ।

କଙ୍ଗନାଙ୍କ ଏକ ଭିଡିଓ ମଧ୍ୟ ଟ୍ୱିଟରରେ ବହୁଳ ଭାବରେ ଶେୟାର କରାଯାଉଛି । ଯେଉଁଥିରେ ସେ କହିଛନ୍ତି ଯେ ମହିଳାଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିନାଶ ନିଶ୍ଚିତ ହେବ । କଙ୍ଗନା ସେହି ଭିଡିଓରେ କହିଛନ୍ତି, ଯିଏ ମହିଳାଙ୍କୁ ଅପମାନିତ କରେ, ତାର ପତନ ସୁନିଶ୍ଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇତିହାସ ସାକ୍ଷୀ ଅଛି, ରାବଣ ସୀତାଙ୍କୁ ଓ କୌରବ ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ । ମୁଁ ସେହି ଦେବୀମାନଙ୍କ ପାଦରେ ଥିବା ଧୂଳି ସହିତ ବି ସମାନ ନୁହେଁ । କି;ୁ ମୁଁ ମଧ୍ୟ ଜଣେ ମହିଳା । ମୁଁ ମୋର ସମ୍ମାନ ପାଇଁ ଛିଡା ହୋଇଛି । ମୁଁ କାହାରି ପ୍ରତି କୌଣସି ଅନିଷ୍ଟ କରି ନାହିଁ । ମୁଁ କେବଳ ଜଣେ ମହିଳା ଭାବରେ ମୋର ସମ୍ମାନ ରକ୍ଷା କରୁଛି । କି;ୁ ମୋତେ ଅପମାନିତ କରାଯାଇଛି ।

ତେଣୁ ମୁଁ ଭିଡିଓ ମେସେଜରେ କହୁଛି- ମୋର ବିଶ୍ୱାସ ଯେତେବେଳେ ତୁମେ ଜଣେ ମହିଳାଙ୍କୁ ଅପମାନ କରୁଛ ତେବେ ତୁମର ବିନାଶକୁ କେହି ବି ରୋକି ପାରିବେ ନାହିଁ । ଜଣେ ବ୍ୟକ୍ତି ନବନୀର ରାଣା ଓ କଙ୍ଗନା ରାଣାୱଙ୍କ ଫଟୋ ସହିତ ଲେଖିଛନ୍ତି ଯେ, ଉଦ୍ଧବ ସରକାରକୁ ତାର କଲା କର୍ମର ଦଣ୍ଡ ମିଳୁଛି । ସେ ଲେଖିଛନ୍ତି, ମାତାଶ୍ରୀଙ୍କ ସମ୍ମୁଖରେ ହନୁମାନ ଚାଳିସା ପଢୁଥିବା ବେଳେ ନବନୀତ ରାଣାଙ୍କ ବିରୋଧରେ ଦେଶଦ୍ରୋହ ମାମଲା, ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ କଙ୍ଗନା ରାଣାୱତଙ୍କ ଘରେ ବୁଲଡୋଜର ଚଳାଇବା କର୍ମର ଫଳ ମିଳୁଛି । କଙ୍ଗନାଙ୍କ ଆଉ ଏକ ଟ୍ୱିଟ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ଲେଖା ଅଛି କି ଯେଉଁମାନେ ମୋ ଘର ଭାଙ୍ଗୁଥିବା ଲୋକେ, ଦିନେ ତୁମର ଗର୍ବ ଭାଙ୍ଗିଯିବ । ତେବେ ଉଦ୍ଧବଙ୍କ ଏହି ବିଡମ୍ବନାକୁ ନାରୀ ଆଖିର ଲୁହ ହିସାବରେ ଲୋକମାନେ ଗ୍ରହଣ କରୁଛନ୍ତି ।

https://thetopmost.in/odishas-famous-tribal-art-saree/