ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ । ଏଥିପାଇଁ ସହାୟତା ରାଶି ୬ଶହ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ । ଏଥିସହ ସାଇକେଲ ପାଇଁ ପିଲାଙ୍କୁ ୩୫୦୦ ଟଙ୍କା ମିଳିବ । ପୂର୍ବରୁ ସାଇକେଲ ବାବଦକୁ ୨୬୦୦ ଟଙ୍କା ମିଳୁଥିଲା । ୨୦୨୩-୨୪ ବଜେଟରେ ଏଥିପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଶିକ୍ଷାକ୍ଷେତ୍ର ପାଇଁ ରାଜ୍ୟ ବଜେଟରେ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିରେ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୮ କୋଟି ଟଙ୍କା ରହିଛି । ସେହିପରି ଉଚ୍ଚଶିକ୍ଷା ବିଭାଗ ପାଇଁ ୩ ହଜାର ୧୭୩ କୋଟି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଆରମ୍ଭ ହେବାକୁ ଥିବା ନୂଆ ଯୋଜନା ପାଇଁ ୧୩୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା