ମଧ୍ୟପ୍ରଦେଶରେ ନଦୀକୁ ଖସିଲା ମହାରାଷ୍ଟ୍ର ସରକାରୀ ବସ୍ । ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଇନ୍ଦୋରରୁ ପୁନେ ଯାଉଥିବା ବେଳେ ଧାର୍ ଜିଲ୍ଲାର ଖାଲଘାଟ ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ୍ । ବସ୍ରେ ପ୍ରାୟ ୫୫ ଜଣ ଯାତ୍ରୀ ଥିଲେ । ସୂଚନା ମୁତାବକ ବସଟି ଅନ୍ୟଏକ ଗାଡ଼ିକୁ ଓଭରଟେକ କରିବାକୁ ଚେଷ୍ଟା କରିୁଥିବାବେଳେ ଡ୍ରାଇଭର ସନ୍ତୁଳନ ହରାଇଦେଇଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରେଲିଂ ଭାଙ୍ଗି ନଦୀକୁ ଖସିଯାଇଥିଲା । ଘଟଣାସ୍ଥଲେ ତୁରନ୍ତ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଆହତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ