ନଡ୍ଡାଙ୍କ ନୂଆ ଟିମରେ ୩୮ବରିଷ୍ଠ ନେତା

୨୦୨୪ ନିର୍ବାଚନ ପାଇଁ ନୂଆ ଟିମ୍ ଘୋଷଣା କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ନୂଆ ଟିମର ଘୋଷଣା କରିଛନ୍ତି । ନଡ୍ଡାଙ୍କ ନୂଆ ଟିମରେ ୩୮ଜଣ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିଛି । ୧୩ଜଣ ରାଷ୍ଟ୍ରୀୟ ଉପ-ସଭାପତି, ୮ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ରହିଛନ୍ତି । ଉପାଧ୍ୟକ୍ଷ ଭାବେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ରମଣ ସିଂ, ସାଂସଦ ସରୋଜ ପାଣ୍ଡେ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଝାରଖଣ୍ଡରୁ ରଘୁବର ଦାସ, ମଧ୍ୟପ୍ରଦେଶରୁ ସୌଦାନ ସିଂ, ୟୁପି ସାଂସଦ ଲକ୍ଷ୍ମୀକାନ୍ତ ବାଜପାୟୀ, ସାଂସଦ ରେଖା ବର୍ମା, ବିଧାନ ପରିଷଦ ସଦସ୍ୟ ତାରିକ୍ ମନସୁର, ଓଡିଶାର ବୈଜୟନ୍ତ ପଣ୍ଡା, ତେଲେଙ୍ଗାନାର ଡି.କେ. ଅରୁଣା, ନାଗାଲାଣ୍ଡର ଏମ ଚୌବା ଓ କେରଳରୁ ଅବଦୁଲା କୁଟ୍ଟିଙ୍କୁ ଟିମରେ ସ୍ଥାନ ଦେଇଛନ୍ତି ନଡ୍ଡା । ଉତ୍ତରପ୍ରଦେଶ ସାଂସଦ ଅରୁଣ ସିଂ, ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶର ବିଜୟଭର୍ଗିୟ, ସୁନୀଲ ବଂଶଲଙ୍କ ସମେତ ୮ଜଣଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ କରିଛନ୍ତି । ବିଏଲ ସନ୍ତୋଷଙ୍କୁ ସଂଗଠନ ମହାମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ନଡ୍ଡାଙ୍କ ନୂଆ ଟିମ୍ ଦେଖିଲେ ସ୍ପଷ୍ଟ ଭାବରେ ଜଣାପଡୁଛି, ଆଗକୁ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବାର ଅଛି, ସେହି ସବୁ ରାଜ୍ୟର ନେତାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

SHARE BY