The Topmost

“The eyes believe themselves, the ears believe other people.”

ନଡିଆ ବିଭିନ୍ନ ଉପଯୋଗ ଓ ଉପକାରୀତା

ପ୍ରଥା , ପରମ୍ପରା ଓ ବିଶ୍ବାସରେ ନଡ଼ିଆର ସ୍ଥାନ ଅତୁଳନୀୟ ସେଥିପାଇଁ ଏହା ଶ୍ରୀଫଳ । ଏହାର ଶସରୁ ରସ ଷଢେଇରୁ କତା ସବୁକିଛି କାମରେ ଲାଗିଥାଏ । ଜୀବିକାର୍ଜନରେ ଭଲ ମାଧ୍ୟମ । କେବଳ ନଡ଼ିଆକୁ ଅବଲମ୍ବନ କରି ଭଲରେ ବଞ୍ଚିପାରିବା ସମ୍ଭବ। ନଡ଼ିଆ ପାଣିରେ ପ୍ରଚୁର ପରିମାଣରେ ଭିଟାମିନ,ମିନେରାଲ ଏବଂ କ୍ୟାଲେରି ଥାଏ। ପୂଜାରୁ ପରୀକ୍ଷା ସବୁ କାମରେ ପଇଡ଼ପାଣି ଅପରିହାର୍ଯ୍ୟ । ନଡ଼ିଆରୁ ତିଆରି ହୁଏ ଔଷଧ।‌ଏହାର ପ୍ରତିଟି ଅଂଶ ମାନବ କଲ୍ୟାଣରେ ବ୍ୟବହାର ହୁଏ । ପୂଜା ପର୍ବ ଓ ଶୁଭ କାର୍ଯ୍ୟରେ ନଡ଼ିଆ ଓ ପଇଡ଼କୁ ବାଦ୍ ଦେବା ସମ୍ଭବ ନୁହେଁ। ଆମ୍ବକୁ ଫଳର ରାଜା କୁହାଯାଉଥିବା ବେଳେ ନଡ଼ିଆ ହେଉଛି ଶ୍ରୀଫଳ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଫଳ ଶ୍ରୀଫଳ। ହିନ୍ଦୁ ଧର୍ମର ବିଭିନ୍ନ ନିତିରେ ଶ୍ରୀଫଳର ସ୍ଥାନ ସ୍ଵତନ୍ତ୍ର। ନଡ଼ିଆକୁ ସୁଖ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଏ।

-ଦାନ ଓ ଦକ୍ଷିଣା ସ୍ଵରୂପ ନଡ଼ିଆକୁ ମଧ୍ୟ ଦିଆଯାଇଥାଏ।

-ହିନ୍ଦୁ ଧର୍ମର ଏକ ବିଶ୍ଵାସ ଅନୁସାରେ କୌଣସି ଶୁଭକାର୍ଯ୍ୟ ଆରମ୍ଭରୁ ନଡ଼ିଆ ଫଟାଯାଏ।
-ନଡ଼ିଆରୁ ବିଭିନ୍ନ ପିଠା ପ୍ରସ୍ତୁତ କରାଯାଏ।ପିଠାର ସ୍ଵାଦ ବଢାଇବା ପାଇଁ ନଡିଆର ପୁର ଦିଆଯାଏ ।

-ନଡ଼ିଆ କତାରୁ ଝୁଡ଼ି,ପାପୋଛ, ଦଉଡ଼ି ପ୍ରଭୁତି ସୌଖିନ ସାମଗ୍ରୀ ତିଆରିରେ ବ୍ୟବହାର ହେଉଛି।-

– ନଡ଼ିଆ ଖାଇସାରିବା ପରେ ଆମ୍ଭେ ଷଢେଇକୁ ଫିଙ୍ଗି ଦେଇଥାଉ,ମାତ୍ର ଆଜିକାଲି ଷଢେଇରେ ତିଆରି ଘର ସାଜସଜ୍ଜା ସାମଗ୍ରୀ ଯଥା – ଖାଦ୍ୟ ପାତ୍ର,କ୍ୟାଣ୍ଡେଲ ଷ୍ଟାଣ୍ଡ,ବାଡ୍ ହାଉସ ଇତ୍ୟାଦି ବଜାରରେ ଉପଲବ୍ଧ ହେଲାଣି।

-ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେଉଛି ନଡ଼ିଆରୁ ପ୍ରସ୍ତୁତ କରାଯାଉଥିବା ତେଲ ଯାହାକି ଶରୀର ଓ ମୁଖ ତଥା ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧିରେ ବିଶେଷ ଉପଯୋଗୀ।
ସ୍ବାସ୍ଥ୍ୟ ପାଇଁ ନଡିଆର ବ୍ୟବହାର ଖୁବ୍ ଭଲ ଏହା ମଣିଷ ଶରୀରର କୋଲେଷ୍ଟ୍ରଲ ର ସ୍ଥର ସନ୍ତୁଳିତ ରଖେ। ନଡ଼ିଆ ଖାଇବା ଦ୍ଵାରା ଭୋକ ନିୟନ୍ତ୍ରଣ ହୋଇଥାଏ। ଓଜନ କମେ ଓ ନିୟନ୍ତ୍ରିତ ରଖେ। ରକ୍ତ ଶର୍କରା ଏବଂ କମ୍ୟୁନିଟି ବଢାଏ। ଶରୀର ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।।

https://thetopmost.in/1980/

https://thetopmost.in/%e0%ac%a6%e0%ac%bf%e0%ac%a8%e0%ac%95%e0%ad%81-%e0%ac%a6%e0%ac%bf%e0%ac%a8-%e0%ac%ac%e0%ac%bf%e0%ac%97%e0%ad%81%e0%ac%a1%e0%ad%81%e0%ac%9b%e0%ac%bf-%e0%ac%95%e0%ac%be%e0%ac%b6%e0%ad%8d%e0%ac%ae/

SHARE BY