The Topmost

“The eyes believe themselves, the ears believe other people.”

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ 2 ଯବାନ ଆହତ

ଛତିଶଗଡ଼ ଦାନ୍ତେୱାଡାରେ ଆଇଇଡି ବିସ୍ଫୋରଣ । ସାତଧାର ବ୍ରିଜ ନିକଟରେ ହୋଇଥିବା ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ଦେଇଛି ଦାନ୍ତେୱାଡା ପୋଲିସ। ଏହି ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବାବେଳେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।  ସାତଧାର ଅଞ୍ଚଳକୁ ପୋଷ୍ଟର ହଟାଇବା ପାଇଁ ଯବାନମାନେ ଯାଇଥିବା ସମୟରେ ନକ୍ସଲମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା ।