The Topmost

“The eyes believe themselves, the ears believe other people.”

ଧ୍ବଂସସ୍ତୂପରେ ପରିଣତ ହୋଇଛି ଲାହିନା

ଆମେରିକାରେ ଥମୁନି ଅଗ୍ନିକାଣ୍ଡ । ହାଓ୍ବାଇ ଦ୍ବୀପରେ ଲାଗିଥିବା ନିଆଁରେ ଅନେକ କ୍ଷୟକ୍ଷତି ହୋଇଛି । କିଛି ଦିନ ଧରି ଜାରି ରହିଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮୯ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ନିଖୋଜ ଅଛନ୍ତି ।  ଐତିହାସିକ ସହର ଲାହିନା ଜଳିପୋଡି ଛାରଖାର ହୋଇଗଲାଣି । ହଜାର ହଜାର ଲୋକ ବେଘର ହୋଇସାରିଲେଣି । ଅତ୍ୟନ୍ତ ଶୁଖିଲା ପରିବେଶ ସମେତ ପ୍ରବଳ ପବନ ଯୋଗୁ ହାଓ୍ବାଇରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ଆମେରିକା ବିଫଳ ହୋଇଛି । ହାଓ୍ବାଇ ଦ୍ବୀପରେ ମରୁଡି ପଡିଥିବାରୁ ଶୁଖିଲା ଜଙ୍ଗଲ ଏହି ଅଗ୍ନିକାଣ୍ଡ ଲାଗି ସହାୟକ ହୋଇଛି । ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସହରରେ ପ୍ରତିଦିନ କର୍ଫ୍ୟୁ ଜାରି କରାଯାଉଛି । ବାର୍ଷିକ 20 ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଲାହିନା ସହରର ଏବେ ଧ୍ବଂସସ୍ତୂପରେ ପରିଣତ ହୋଇଛି । ଶେଷ ଖବର ସୁଦ୍ଧା ୧୭ଶହରୁ ଅଧିକ କୋଠା ପୋଡିଗଲାଣି ।