The Topmost

“The eyes believe themselves, the ears believe other people.”

ଧୂଳିସାତ ହେଲା ଧୂନିଘର, ବତୀ ମନ୍ଦିର

ମହିମା ଗାଦିରେ ବୁଲିଲା ବୁଲଡୋଜର । ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ଜବର ଦଖଲ ଉଚ୍ଛେଦ ହୋଇଛି । ଧୂଳିସାତ ହେଲା ଧୂନିଘର । ଯୋରନ୍ଦା ମହିମା ମୁଖ୍ୟ ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢା ଭିତରେ କୌପିନ ସମାଜର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର  ଆଦିକୁ ଭଙ୍ଗା ଯାଇଛି । ୧୯୪୩ ମସିହାରୁ ମହିମାଗାଦିରେ ଥିବା  ବକଳଧାରି ମହିମାସମାଜ ଓ କୌପିନଧାରୀ ମହିମାସମାଜ ମଧ୍ୟରେ ବିବାଦ ଲାଗି ରହିଥିଲା । ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜବର ଦଖଲକୁ ଆଜି ଉଚ୍ଛେଦ କରାଯାଇଛି ।