August 14, 2025

ଧାର୍ମିକ ପର୍ବ ପାଇଁ ୟୁପି ସରକାରଙ୍କ ନୂଆ ନିର୍ଦ୍ଦେଶନାମା

ଆଗକୁ ଆସୁଥିବା ଇଦି ଓ ଅକ୍ଷୟ ତୃତୀୟ ଭଳି ଧାର୍ମିକ ପର୍ବ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଏହି ଧାର୍ମିକ ପର୍ବ ବହୁଳ ଭାବେ ଆୟୋଜିତ ହେଉଥିବାରୁ ସରକାର ସମସ୍ତଙ୍କୁ ଆଗୁଆ ସତର୍କ କରାଇ ଦେଇଛନ୍ତି। କୌଣସି ଧାର୍ମିକ କାର୍ଯ୍ୟକ୍ରମ ରାସ୍ତା ଓ ଟ୍ରାଫିକକୁ ବନ୍ଦ କରି ଆୟୋଜନ କରାଯାଇ ପାରିବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି। ପ୍ରିନ୍ସିପାଲ ସଚିବ (ଗୃହ) ସଞ୍ଜୟ ପ୍ରସାଦ, ଡିଜିପି ଆରକେ ବିଶ୍ୱକର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସୀମକ୍ଷା ବୈଠକ କରିଥିଲେ। ବୈଠକରେ ଆବଶ୍ୟକ ଗାଇଡଲାଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଧାର୍ମିକ ପୀଠ ଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରକ୍ତ ଫୋର୍ସ ମୁତୟନ ହେବେ। ସଚିବ ସଞ୍ଜୟ ପ୍ରସାଦ ଫିଲ୍ଡରେ କାମ କରୁଥିବା ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଓ ପ୍ରାର୍ଥନା ଧାର୍ଯ୍ୟ ସ୍ଥାନ ଗୁଡ଼ିକରେ ଯେମିତି ହେବ, ତା’କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

SHARE BY