ସମର୍ଥନ ଯୋଗାଡ଼ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପଶ୍ଚିମବଙ୍ଗରେ ପହଂଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି । ପଶ୍ଚିମବଙ୍ଗରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପୈତୃତ ବାସଭବନରେ ପହଞ୍ଚି ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଳଞ୍ଜଳି ଅର୍ପଣ କରିଛନ୍ତି । ଅନ୍ୟପଟେ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଦାବିକଲେ ଶିବସେନାର ୧୨ ସାଂସଦ । ହେଲେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଆସୁଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହ ରାଷ୍ଟ୍ରପତି ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଭିନ୍ନ ବିରୋଧୀ ଦଳ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ