The Topmost

“The eyes believe themselves, the ears believe other people.”

ଦେଶରୁ ବାହାରିବ ପୁଳାପୁଳା ସୁନା

ଦେଶର ସବୁଠାରୁ ବଡ଼ ଓ ପ୍ରଥମ ଘରୋଇ ସୁନା ଖଣିରୁ ଆଗାମୀ ବର୍ଷରୁ ଆରମ୍ଭ ହେବ ସୁନା ଉତ୍ପାଦନ । ଏହି ସୁନା ଖଣି ଆନ୍ଧ୍ର ପ୍ରଦେଶର କୁରନୁଲ ଜିଲ୍ଲାରେ ରହିଛି । ଏଥିରୁ ପାଇଲଟ ସ୍କେଲରେ ଅପରେସନ ପୂର୍ବରୁ ଆରମ୍ଭ ହୋଇ ସାରିଛି । ଡେକାନ ଗୋଲ୍ଡ ମାଇନ୍ସ ଏମଡି ହନୁମା ପ୍ରସାଦ କହିଛନ୍ତି, ଆସନ୍ତାବର୍ଷ ଶେଷ ବେଳକୁ ଏହି ସୁନା ଖଣିରୁ ସୁନା ଉତ୍ପାଦନ ଆରମ୍ଭ ହେବ । ହନୁମାଙ୍କ ଅନୁସାରେ, ଏହି ଜୋନ୍ନାଗିରି ଗୋଲ୍ଡ ପ୍ରୋଜେକ୍ଟରେ ପାଇଲେଟ ସ୍କେଲ ଅପରେସନ ଜାରି ରହିଛି । ଏବେ ପୂର୍ଣ୍ଣ କ୍ଷମତାରେ ଏହା ଆରମ୍ଭ ହୋଇଯିବ । ପାଇଲଟ ପ୍ରୋଜେକ୍ଟ ଅନୁସାରେ ଏବେ ମାସକୁ ପ୍ରାୟ ଏକ କେଜି ସୁନା ଏଠାରେ ବାହାରୁଛି । ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ବର୍ଷକୁ ୭୫୦ କେଜି ସୁନା ଏଠାରୁ ଖନନ କରାଯାଇପାରିବ । ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବର ବେଳକୁ କାମ ଆରମ୍ଭ ହୋଇଯିବ । ୨୦୧୩ରେ ଏହି ଖଣି ଡେକାନ ଗୋଲ୍ଡ ମାଇନ୍ସ ଲିମିଟେଡକୁ ଦିଆଯାଇଥିଲା । ରିସର୍ଚ୍ଚ ପାଇଁ ୮ରୁ ୧୦ ବର୍ଷ ଲାଗିଥିଲା ।