The Topmost

“The eyes believe themselves, the ears believe other people.”

ଦେଶବାସୀଙ୍କ ଉପରେ ମେଡିସିନ ଦରର କୋରଡ଼ା ମାଡ଼

ଦେଶବାସୀଙ୍କ ଉପରେ ମେଡିସିନ ଦରର କୋରଡ଼ା ମାଡ଼ । ଆସନ୍ତା ଏପ୍ରିଲ ୧ରୁ ୧୨ ପ୍ରତିଶତ ବଢିବ ଔଷଧର ଦର । ପେନକିଲର, ଆଣ୍ଟିବାୟୋଟିକ୍ସ, ଆଣ୍ଟିଇନଫେକ୍ଟିଭ, କାର୍ଡିଆକ ମେଡିସିନର ଦର ବଢିବ ବୋଲି ସୂଚନା ମିଳିଛି । ଗତବର୍ଷ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ବା NPPA ପକ୍ଷରୁ ହୋଲସେଲ ପ୍ରାଇସ ଇଣ୍ଡେକ୍ସର ଦର ୧୦ ଦଶମିକ ୭ ପ୍ରତିଶତ ବୃଦ୍ଧି କରାଯାଇଥିଲା । ପ୍ରତିବର୍ଷ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ଅନୁସାରେ ଏନପିପିଆଇ ପକ୍ଷରୁ ହୋଲସେଲ ପ୍ରାଇସ ଇଣ୍ଡେକ୍ସରେ ପରିବର୍ତ୍ତନ କରାଯାଇଥାଏ । ଏନପିପିଏ ଦ୍ବାରା ନିୟନ୍ତ୍ରିତ କରାଯାଉଥିବା କେତେକ ସିଡ୍ୟୁଲଡ୍ ଔଷଧର ଦର ବୃଦ୍ଧି ହେଉଥିବାବେଳେ ନନସିଡ୍ୟୁଲଡ ଔଷଧର ଦର ବାର୍ଷକ ୧୦ ପ୍ରତିଶତ ବୃଦ୍ଧି ଲାଗି ବ୍ୟବସ୍ଥା ରହିଛି ।