ଦେଶରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ ଦେବାଳିଆ ସ୍ଥିତିରେ । ୱାଡିଆ ଗ୍ରୁପର ଏୟାରଲାଇନ୍ ଗୋ ଫାର୍ଷ୍ଟ ଏନସିଏଲଟିରେ ଭଲ୍ୟୁଣ୍ଟାରୀ ଇନସଲଭାନ୍ସି ପ୍ରୋସିଡିଙ୍ଗ ପାଇଁ ଆବେଦନ କରିଛି । ସେହିପରି ଏହାରି ମଧ୍ୟରେ ଗୋ ଫାର୍ଷ୍ଟର ସମସ୍ତ ଉଡାଣ ବୁଧବାର ଏବଂ ଗୁରୁବାର ଅର୍ଥାତ ୩ ଏବଂ ୪ ମଇ ୨୦୨୩ରେ ରଦ୍ଦ କରି ଦିଆଯାଇଛି । ଗୋ ଫାର୍ଷ୍ଟ ଏୟାରଲାଇନ୍ସ ଡାଇରେକ୍ଟୋରେଟ ଜେନେରାଲ୍ ଅଫ ସିଭିଲ ଆଭିଏସନକୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି । ଏପରି ସ୍ଥିତିରେ ଯେଉଁ ବିମାନ ଯାତ୍ରୀ ଏହି ଦୁଇ ଦିନ ପାଇଁ କମ୍ପାନୀର ଟିକେଟ ବୁକ୍ କରାଇଛନ୍ତି ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ବେସାମରିକ ଉଡାଣ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ସରକାର ସଂକଟଗ୍ରସ୍ତ ଗୋ ଫାର୍ଷ୍ଟ ଏୟାରଲାଇନର ସବୁ ପ୍ରକାର ସହାୟତା କରିବେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ