ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ଗଲେ ୪ହଜାର ୮୯୦ ତୀର୍ଥଯାତ୍ରୀ । କୋଭିଡ଼ କଟକଣା ଯୋଗୁଁ ୨ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଯାତ୍ରା । ପ୍ରଥମ ବ୍ୟାଚ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି । ‘ବମ୍ ବମ୍ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲତାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ତୀର୍ଥଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ