ଭୁବନେଶ୍ବର ୟୁନିଟ୍-୪ସ୍ଥିତ ପଞ୍ଚଦୀପ ମାର୍କେଟ୍ ଖୋଲିବ । ତେବେ ଦୀର୍ଘ ୨୩ ବର୍ଷ ପରେ ଏହି ମାର୍କେଟ୍ ଖୋଲିବା ପାଇଁ ରାସ୍ତା ଫିଟିଛି । ଏଠାରେ ଥିବା ୯୧ଟି ଦୋକାନ ଘର ଓ ୧୮ଟି ଅଫିସ୍ ଘରକୁ ଇ-ନିଲାମ୍ କରିବା ପାଇଁ ବିଏମ୍ସି ଯୋଜନା କରିଛି । ଏଥିପାଇଁ ଅତିରିକ୍ତ କମିସନରଙ୍କ ଅଧୀନରେ ଏକ ଟିମ୍ ଗଠନ କରାଯାଇଛି । କମିଟିର ସୁପାରିସ ମୁତାବକ, ଦୋକାନ ଘର ପାଇଁ ମହଲାୱାରି ଭଡ଼ା ଧାର୍ଯ୍ୟ ହୋଇଛି । ଗ୍ରାଉଣ୍ଡ ଫ୍ଲୋର୍ରେ ବର୍ଗଫୁଟ୍ ପିଛା ସର୍ବାଧିକ ୫୫ ଟଙ୍କା ରହିଥିବା ବେଳେ ପ୍ରଥମ ମହଲାରେ ୫୦ ଟଙ୍କା ଓ ଅନ୍ୟ ତିନିଟି ମହଲାରେ ବର୍ଗଫୁଟ୍ ପିଛା ୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ନିଲାମଧାରୀଙ୍କୁ ୬ ମାସର ଭଡ଼ା ଅଗ୍ରୀମ ଦେବାକୁ ପଡ଼ିବ । ଏହାସହ ପ୍ରତିବର୍ଷ ଭଡ଼ା ୫ ପ୍ରତିଶତ ହିସାବରେ ବୃଦ୍ଧି ପାଇବାକୁ ଥିବାବେଳେ ପ୍ରତି ମାସ ୭ ତାରିଖରେ ଦୋକାନୀ ଭଡ଼ା ଦେବେ । ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବେ ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ