The Topmost

“The eyes believe themselves, the ears believe other people.”

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା । ନଭେମ୍ବର ୭ ତାରିଖରେ ଏଥିପାଇଁ ନାମାଙ୍କନ ଆରମ୍ଭ ହେବ ଓ ନଭେମ୍ବର ୧୪ ତାରିଖରେ ନାମଙ୍କନ ଶେଷ ହେବ । ଏହାପରେ ଡିସେମ୍ବର ୪ ତାରିଖରେ ଭୋଟ ଗ୍ରହଣ ହେବ ୭ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏନେଇ ଦିଲ୍ଲୀ ନିର୍ବାଚନ ଆୟୋଗ ବିଜୟ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବିଜୟ ଦେବ କହିଛନ୍ତି କି ଦିଲ୍ଲୀର ମୋଟ ୯୮ ଟି ବିଧାନସଭା କ୍ଷେତ୍ର ନଗର ନିଗମ ପରିସରକୁ ଆସୁଛି । ଏଥିରେ ୨୫୦ ଟି ୱାର୍ଡ ରହିଛି । ଏହି ଭୋଟିଂ ପ୍ରକ୍ରିୟା ପୂର୍ବଥର ଭଳି ଇଭିଏମ ସହାୟତାରେ ହେବ ଓ ଏଥିପାଇଁ ୫୦ ହଜାର ଇଭିଏମ ମେସିନ ବ୍ୟବହାର କରାଯିବ ।