ରାଜଧାନୀ ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା । ଆଜି ସକାଳେ ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଜାତୀୟ ଦିଲ୍ଲୀରେ ପ୍ରବେଶ କରିଛି । ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍ ଗାନ୍ଧୀ ଓ ଅନ୍ୟ ପଦଯାତ୍ରୀଙ୍କୁ ଦିଲ୍ଲୀକୁ ସ୍ବାଗତ କରିଥିଲେ । ପୁଲିସ ‘ଆଡ୍ଭାଇଜରି’ ଅନୁସାରେ, ଆଜି ସକାଳ ୬.୩୦ରେ ଦକ୍ଷିଣପୂର୍ବ ଦିଲ୍ଲୀର ବଦରପୁର ସୀମାନ୍ତରେ ଦୀଲ୍ଲୀକୁ ପ୍ରବେଶ କରିଥିବା ଯାତ୍ରା ୨୩ କିଲୋମିଟର୍ ଦୂରତ୍ବ ଅତିକ୍ରମ କରି ଆଶ୍ରମ ଚୌକ୍ ବାଟ ଦେଇ ଲାଲ୍ କିଲାରେ ଶେଷ ହେବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ