The Topmost

“The eyes believe themselves, the ears believe other people.”

ଦିଦିଙ୍କ ଟିପ୍ପଣୀ ଯୋଗୁଁ ରାଜନୈତିକ ବାଦବିବାଦ

ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସାମାନ୍ୟ ଟିପ୍ପଣୀ ଯୋଗୁଁ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଛି । ‘ଆର୍‌ଏସ୍‌ଏସ୍‌’ରେ ଥିବା ସମସ୍ତ ସଦସ୍ୟ ମନ୍ଦ ନୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ‘ବିଜେପି’କୁ ସମର୍ଥନ କରନ୍ତି ନାହିଁ । ଏହିଭଳି କିଛି ଟିପ୍ପଣୀ ଯୋଗୁଁ ବାଦବିବାଦ ଆରମ୍ଭ ହୋଇଛି । କଂଗ୍ରେସ, ‘ଏଆଇଏମ୍‌ଆଇଏମ୍‌’, ‘ବିଜେପି’ ଏବଂ ବାମ ଦଳ ସବୁ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଧର୍ମନିରପେକ୍ଷତା ଉପରେ ସନ୍ଦେହ କରି ତୀବ୍ର ସମାଲୋଚନା କରିଛନ୍ତି । ଏକଦା ମମତା ବାନାର୍ଜୀଙ୍କୁ ‘ପରମ ମିତ୍ର’ ଏବଂ ‘ଦେବୀ ଦୁର୍ଗା’ଙ୍କ ସହିତ ତୁଳନା କରୁଥିବା ନେତାମାନେ ଆଜି ତାଙ୍କୁ ‘ଆର୍‌ଏସ୍‌ଏସ୍‌’ର ଉତ୍ପାଦ’ ବୋଲି କହୁଛନ୍ତି । ବିରୋଧୀଙ୍କ ସମାଲୋଚନାର ସବୁଠୁ ଆଗରେ ଥିବା ବରିଷ୍ଠ ‘ସିପିଆଇଏମ୍‌ ନେତା ସୁଜନ ଚକ୍ରବର୍ତ୍ତୀ ମମତାଙ୍କୁ ଜଣେ ସୁବିଧାବାଦୀ ବୋଲି କହିବା ସହ ସ୍ମରଣ କରାଇ ଦେଇଛନ୍ତି ଯେ, ମମତାଙ୍କ ସ୍ବରୂପ ବିଷୟରେ ଆମେ ପ୍ରଥମରୁ ସମସ୍ତଙ୍କୁ କହିଥିଲୁ । ଆମେ କହିଥିଲୁ ସେ ହେଉଛନ୍ତି ବଙ୍ଗର ‘ଆର୍‌ଏସ୍‌ଏସ୍‌’ ଉତ୍ପାଦ । ତାହା କ’ଣ ତାଙ୍କର ଟିପ୍ପଣୀରୁ ସ୍ପଷ୍ଟ ହୋଇନାହିଁ । ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ତାଙ୍କର ସଂଗ୍ରାମ ବିଶ୍ବସନୀୟ ନୁହେଁ ।