ପରାଜୟ ଭୟରେ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ । ପଦମପୁର ଉପ ନିର୍ବାଚନରେ ବିଜେପିକୁ ଘାରିଛି ପରାଜୟ ଭୟ । ଯାହାକୁ ନେଇଅ ବିଜେପି କର୍ମୀ ଦହିଗାଁ ପଞ୍ଚାୟତ ବୁବୁଡ଼ା ଗାଁରେ ଗୁଣ୍ଡାଗିରି କରିଥିବା ଅଭିଯୋଗ ହୋଇଛି । ବରିହା ସମ୍ପ୍ରଦାୟ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଆକ୍ରମଣରେ ବୁବୁଡ଼ା ଗାଁର ସଞ୍ଜୁ ବରିହା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ପ୍ରଥମେ ପଦମପୁର ଡ଼ାକ୍ତରଖାନା ପରେ ବରଗଡ଼ ଜିଲ୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ନିର୍ବାଚନୀ ପ୍ରଚାରବେଳେ ସଞ୍ଜୁ ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କ ଜିନ୍ଦାବାଦ ନାରା ଦେଉଥିବାବେଳେ ବିଜେପି କର୍ମୀ ରିଙ୍କୁ ମେହେର ସଞ୍ଜୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା