କୋଭିଡ୍ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏଥିଲାଗି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟପୁସ୍ତକରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି । ସେହିପରି ଭୂଗୋଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ ହୋଇଥିବା ସୂଚନା ରହିଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡ଼ା ହୋଇଛି । ସଂସ୍କୃତ ବହିରେ ଥିବା ଶୃଗାଳ ଶିଶୁ କଥା ଅଧ୍ୟାୟ ପୂର୍ବରୁ ପଢ଼ା ଯାଉନଥିବା ବେଳେ ଚଳିତ ଶିକ୍ଷାବର୍ଷରେ ସଂସ୍କୃତ ଇଚ୍ଛାଧିନ ବିଷୟ ରଖିଥିବା ଛାତ୍ରଛାତ୍ରୀମାନେ ଉକ୍ତ ବିଷୟଟି ପଢ଼ିବେ ବୋଲି ସୂଚନା ମିଳିଛି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି