ଦଳରୁ ନିଲମ୍ବିତ ହେଲେ ପୂର୍ବତନ ବିଧାନସଭା ଅଧ୍ୟକ୍ଷ

ରାଜସ୍ଥାନ ବିଧାନସଭା ଯେତେ ନିକଟତର ହେଉଛି ବିରୋଧୀ ବିଜେପିରେ ସେତିକି ଭିତିରି କନ୍ଦଳ ପଦାରେ ପଡୁଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବସୁନ୍ଧରାରାଜେ ସିନ୍ଧିଆଙ୍କୁ ନେଇ ଦଳ ଭିତରେ ଥିବା ବିବାଦ ତୁଟୁ ନଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଅଧ୍ୟକ୍ଷ କୈଳାଶ ମେଘୱାଲଙ୍କୁ ଦଳ ଆଜି ପ୍ରାଥମିକ ସଦସ୍ୟ ପଦରୁ ବହିସ୍କୃତ କରିଛି । କୈଳାଶ ମେଘୱାଲ କିଛିଦିନ ହେବ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ଶାଣିତ ଆକ୍ରମଣ କରୁଥିଲେ । ଏହାସହ ଏକ ମଞ୍ଚରେ ସେ ଅର୍ଜୁନ ରାମଙ୍କ ଉପରେ ଏକ ଗମ୍ଭୀର ଦୁର୍ନୀତିର ଅଭିଯୋଗ ଆଣିଥିଲେ । ଏହାସହ ଆଜି ବି ସେ ଜୟପୁର ଠାରେ ଏକ ବୈଠକରେ ବିଜେପି ଭିତରେ ଥିବା କିଛି ଅନ୍ତଃକନ୍ଦଳକୁ ନେଇ ସମାଲୋଚନା କରିଥିଲେ । ଏନେଇ ଦଳ ତରଫରୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ କୈଳାଶ ମେଘୱାଲଙ୍କୁ ଦଳରୁ ନିଲମ୍ବିତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟ ପଦ ଛଡାଇ ନେଇଛି ।

SHARE BY