କ୍ୟାପିଟାଲ ସିଟିରେ ଘନ ଘନ ଆଟାକ୍ । ବୋମା, ବିସାଇଲ ବିସ୍ଫୋରଣରେ ଥରୁଛି କିଭ୍ ସହର । ୟୁକ୍ରେନ ରାଜଧାନୀ ଓ ଏହାର ଆଖପାଖ ସହର ଉପରେ ଜୋରଦାର ହମଲା କରିଛି ଋଷ । ବେଲାଋଷ ପଟୁ ୟୁକ୍ରେନ ଉପରେ ଆଟାକ୍ ପାଇଁ ଋଷ ଯୋଜନା କରୁଥିବା ବେଳେ ସୀମା ସୁରକ୍ଷା ପାଇଁ ୟୁକ୍ରେନ ପ୍ରସ୍ତୁତ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଡ୍ରୋନ ଷ୍ଟ୍ରାଇକ ପରେ କିଭ୍ ସହର ଧୂଆଁମୟ ହୋଇଛି । ସ୍କୁଲ, ହସ୍ପିଟାଲ, ଚର୍ଚ ଉପରେ ଡ୍ରୋନ୍ ଆଟାକ ହୋଇଥିବା ବେଳେ ଖେରସନ ଅଞ୍ଚଳରେ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ହମ୍ଲା ଯୋଗୁ କିଭ୍ର ପ୍ରାୟ ୮୦ ପ୍ରତିଶତ ଘରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି । ଋଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମ, ୧୨୫ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ଯୋଗାଇବାକୁ ଘୋଷଣା କରିଛି ବ୍ରିଟେନ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ