ଥମୁନି ଧ୍ବସ୍ତବିଧ୍ବସ୍ତ ସୁଦାନ ସଙ୍କଟ । ପ୍ରାୟ 10 ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିଥିବାବେଳେ ହଜାର ହଜାର ଲୋକ ହାହାକାର ମଧ୍ୟରେ କାଳାତିପାତ କରୁଛନ୍ତି । ବିପନ୍ନ ଲୋକଙ୍କୁ ଖାଦ୍ୟ ଓ ମେଡିକାଲ ସୁବିଧା ମିଳୁନି । ଦେଶ ଭୟଙ୍କର ସଙ୍କଟ ମଧ୍ୟରେ ଗତି କରୁଛି ବୋଲି ସୂଚନା ଦେଇଛି ଜାତିସଂଘ । ଦାରଫର ସହରରେ ଜୋରଦାର ଲଢେଇ ଜାରି ରହିଥିବାବେଳେ ରାଜଧାନୀ ଖାର୍ତୋମ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି । ସୁଦାନ ଆର୍ମି ଓ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସେସ ବା ଆରଏସଏଫ ନିଜ ଜିଦରେ ଅଟଳ ରହିବା ଯୋଗୁ ଶାନ୍ତି ଫେରିବାର ନାଁ ନେଉନାହିଁ । ସୁଦାନର ବହୁ ଅଞ୍ଚଳରେ ମେଡିକାଲ ସୁବିଧା ପହଞ୍ଚି ପାରୁନାହିଁ । ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 17 ହଜାରରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିସାରିଥିବାବେଳେ 34 ଲକ୍ଷ 33 ହଜାରରୁ ଅଧିକ ଲୋକ ବାସଚ୍ୟୁତ ହେଲେଣି । ବିଦ୍ୟୁତ ଓ ମୋବାଇଲ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି । ଦେଶ ଘନ ଆର୍ଥିକ ସଙ୍କଟକୁ ଚାଲିଗଲାଣି ବୋଲି କହିଛି ଜାତିସଂଘ । ଗତ ଏପ୍ରିଲ 15ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା 4 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛନ୍ତି ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମୁଖପାତ୍ର ଏଲିଜାବେଥ ଥ୍ରୋସେଲ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ