ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଂକଳ୍ପପତ୍ର ଜାରି କରିଛନ୍ତି । ରାଜ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ବିଜେପି ଅନେକ ଲୋଭନୀୟ ଘୋଷଣା କରିଛି । ବିଧାନସଭା ନିର୍ବାଚନ ପାଇଁ ବିଜେପି ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା ନାମରେ ନାରା ଲଗାଇ ନିର୍ବାଚନ ପ୍ରଚାରକୁ ଉହ୍ଲାଇଛି । ଏହି କ୍ରମରେ ଘୋଷଣା କରାଯାଇଥିବା ସଂକଳ୍ପପତ୍ରରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ, ମହିଳା, ଛାତ୍ରଛାତ୍ରୀ, ଆଦିବାସୀ ଓ କୃଷକମାନଙ୍କୁ ଫୋକସ କରାଯାଇଛି ।
ଧାର୍ମିକ ଗୁରୁ ଅନୁକୁଳ ଚନ୍ଦ୍ରଙ୍କ ନାମରେ ୫ଟଙ୍କିଆ ରୋଷେଇ ଖାଦ୍ୟ ଯୋଜନା
ଆର୍ଥିକ ଅନଗ୍ରସର ପରିବାରରେ ଝିଅ ଜନ୍ମ ହେଲେ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ବାଳିକା ସମୃଦ୍ଧି ବଣ୍ଡ
କଲେଜ ଯାଉଥିବା ମେଧାବୀ ଛାତ୍ରୀଙ୍କ ପାଇଁ ମାଗଣା ସ୍କୁଟି
କଲେଜ ଯାଉଥିବା ୫୦ ହଜାର ଛାତ୍ରଙ୍କୁ ମାଗଣା ସ୍ମାର୍ଟଫୋନ
ପିଏମ ଓଜ୍ୱଳା ଯୋଜନାରେ ବାର୍ଷିକ ୨ଟି ଗ୍ୟାସ ସିଲିଣ୍ଡର ମାଗଣା
ଭୂମିହୀନମାନଙ୍କୁ ଜମିପଟ୍ଟା
ଭୂମିହୀନ ଚାଷୀମାନଙ୍କୁ ପ୍ରତିବର୍ଷ ୩ହଜାର ଟଙ୍କାର ଆର୍ଥିକ ସହାୟତା
ତ୍ରିପୁରା ଜନଜାତି ବିକାଶ ଯୋଜନାରେ ଅନୁସୂଚିତ ଜାତିର ପରିବାରକୁ ବାର୍ଷିକ ୫ହଜାର ଟଙ୍କାର ସହାୟତା
ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସହାୟତାକୁ ୬ହଜାର ଟଙ୍କାରୁ ୮ହଜାର ଟଙ୍କାକୁ ବୃଦ୍ଧି
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ