ଜମ୍ମୁ କାଶ୍ମୀର ପୁଲୱାମାର ଅବନ୍ତୀପୋରାରେ ଏନକାଉଣ୍ଟର । ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କବାଦୀ ସାମିଲ ଥିବା ସୂଚନା । କାଶ୍ମୀର ପୋଲିସର ସୂଚନା ମୁତାବକ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଇବାର କମାଣ୍ଡର ମୁଖତାର ଭଟ୍ଟ ଅଛି । ମୁଖତାର ଅନ୍ୟ ଆତଙ୍କବାଦୀଙ୍କ ସହ ମିଶି ସୁରକ୍ଷାକର୍ମୀଙ୍କ ଶିବିରରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଥିଲା । ସେନା ଏବଂ ପୋଲିସ ମିଳିତ ଭାବେ ଏକ ବଡ଼ ଅଘଟଣକୁ ଏଡାଇବାରେ ସଫଳ ହୋଇଛନ୍ତି । ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୫୬ ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ