ତାମିଲନାଡୁରେ ବିଷାକ୍ତ ମଦ ମୃତ୍ୟୁ । ତାମିଲନାଡୁ ମରକ୍କନମରେ ବିଷାକ୍ତ ମଦ ଯୋଗୁ ତିନିଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ବର୍ତ୍ତମାନ ୧୦ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିଷାକ୍ତ ମଦ ପିଇବା ପରେ ୧୬ ଜଣଙ୍କ ଅବସ୍ଥା ବିଗିଡିଥିଲା । ଏହା ପରେ ସେମାନଙ୍କୁ ପୁଡୁଚେରୀର ଜିପମର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ମୃତକଙ୍କ ପରିଚୟ ମିଳିଥିବାବେଳେ, ସେମାନେ ହେଉଛନ୍ତି ସୁରେଶ, ଶଙ୍କର, ରାନିବେଲ । ବିରୋଧୀ ଦଳ ନେତା ପଲାନୀସ୍ୱାମୀ ଷ୍ଟାଲିନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ