ଟାଟା ଗ୍ରୁପ ମାଲିକାନାରେ ଥିବା ତାଜ୍ ହୋଟେଲ ଗ୍ରୁପ ଉପରେ ନଭେମ୍ବର ୫ ତାରିଖରେ କଥିତ ସାଇବର ଆଟାକ ହୋଇଛି । ଖବର ଆସୁଛି କି ହେକର୍ସମାନେ ତାଜ ହୋଟେଳର ୧୫ ଲକ୍ଷ ଗ୍ରାହକଙ୍କ ଡାଟା ଚୋରି କରିନେଇଛନ୍ତି । ଏହି ଡାଟାକୁ ଫେରାଇବାକୁ ହେକର୍ସମାନେ ୫ ହଜାରଡଲାର ସହ ୩ ଟି ସର୍ତ୍ତ ରଖିଛନ୍ତି । ଏନେଇ ତାଜ୍ ହୋଟେଲ ତରଫରୁ କୁହାଯାଇଛି କି, ଏନେଇ ସେମାନେ ଯାଂଚ ଚଳାଇଛନ୍ତି ଓ ଗ୍ରାହକଙ୍କ ଡାଟା ସୁରକ୍ଷିତ ରହିଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସାଇବର ହେକର୍ସମାନେ ତାଜ ହୋଟେଲ ଗ୍ରୁପକୁ ଗ୍ରାହକଙ୍କ ଡାଟା ବଦଳରେ ୪ ଲକ୍ଷ ଟଙ୍କା ଦାବି କରିଛନ୍ତି । ହେକର୍ସମାନେ ସେମାନଙ୍କ ଗ୍ରୁପର ନାମ ଡିଏନଏ କୋକିଜ ବୋଲି କହିଛନ୍ତି । ଏହା ସହ ଡାଟା ଫେରାଇବାକୁ ହେକର୍ସମାନେ ୩ଟି ସର୍ତ୍ତ ରଖିଛନ୍ତି । ପ୍ରଥମରେ ଏନେଇ ମଧ୍ୟସ୍ଥତା କରିବାକୁ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଆସନ୍ତୁ । ଏହାସହ ଭାଗ ଭାଗ କରି ଡାଟା ଫେରାଯିବ ନାହିଁ । ଏବଂ ତୃତୀୟରେ ସେମାନେ ଡାଟାର ଆଉ ଅଧିକ ସାମ୍ପଲ ପ୍ରମାଣ ରୂପେ ଦେବାକୁ ମନା କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍