The Topmost

“The eyes believe themselves, the ears believe other people.”

ତାଇଓ୍ବାନ୍ ଉପରେ ଆକ୍ରମଣ କରିପାରେ ଚୀନ୍ !

() ଏବେ ତାଇଓ୍ବାନ୍ ଉପରେ ଚୀନର ନଜର ରହିଛି । କୌଣସି ମୁହୂର୍ତ୍ତରେ ବି ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ । ଏହି ପରିପ୍ରେକ୍ଷୀରେ ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଫୁଜିୟାନକୁ ମୁତୟନ କରିଛି ଚୀନର ପିଏଲଏ । ଯୁଦ୍ଧ ବିମାନ ପରିବହନ କରିପାରୁଥିବା ଏହି ଜାହାଜ ଆମେରିକାକୁ ଟକ୍କର ଦେବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ହୋଇ ଥିବାବେଳେ ତାଇଓ୍ୱାନ ସୀମାର ସବୁଠାରୁ ନିକଟରେ ଏହାକୁ ମୁତୟନ କରାଯାଇଛି । ଶତ୍ରୁପକ୍ଷର ସମସ୍ତ ବିମାନ, କ୍ଷେପଣାସ୍ତ୍ର ଓ ଯୁଦ୍ଧାସ୍ତ୍ରକୁ ଧ୍ୱଂସ କରିବାରେ ଫୁଜିୟାନ ସକ୍ଷମ ହେବ । ଖାଲି ସେତିକି ନୁହେଁ, ସମୁଦ୍ରରେ ଚୀନ ନିଜର ତାକତ ଦେଖାଇବା କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ନେବ । ତେବେ ଫୁଜିୟାନ ମୁତୟନ ହେଲେ କେବଳ ଚୀନ-ତାଇଓ୍ୱାନ ସୀମା କାହିଁକି ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଦକ୍ଷିଣ ଚୀନ ଅଞ୍ଚଳରେ ମଧ୍ୟ ଚୀନର ପ୍ରଭାବ ବୃଦ୍ଧି ପାଇବ ।