ଲାଇ ଚିଙ୍ଗତେ ତାଇୱାନର ନୂଆ ରାଷ୍ଟ୍ରପତି। ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଲାଇ ଚିଙ୍ଗତେ। ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ପ୍ରାର୍ଥୀ ହୋ ୟୁଇ ଏବଂ ତାଇୱାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ତଥା ତାଇପେଇର ପୂର୍ବତନ ମେୟର କୋ ଓ୍ବେନ ଜେ ପରାସ୍ତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଲାଇଙ୍କୁ ଜଣେ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଚିତ୍ରଣ କରିଥିଲା ଚୀନ । ତାଇଓ୍ବାନରେ ଶାନ୍ତି ବଜାୟ ରଖିବା ଲାଗି ଘୋଷଣା କରିଛନ୍ତି ନୂଆ ରାଷ୍ଟ୍ରପତି । ତାଇଓ୍ବାନ ଉପରେ ଚୀନର ସାମରିକ ଓ ଅର୍ଥନୈତିକ ଆଧିପତ୍ୟ ବଢୁଥିବା ସତ୍ତ୍ବେ ଏହି ନିର୍ବାଚନ ହୋଇଥିଲା। ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ହୋଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ହୋ ୟୁଇ। ତାଇଓ୍ବାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ କୋ ଓ୍ବେନ ଜେ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ