BMC ପକ୍ଷରୁ ସ୍କୁଲରେ ଆରମ୍ଭ ହେବ ଡେଙ୍ଗୁ ସଚେତନତା । ଡେଙ୍ଗୁ ରୋକିବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସଚେତନ କରିବ ବିଏମସି । ସ୍କୁଲ ପିଲାଙ୍କୁ ସଚେତନ କରାଇ ଡେଙ୍ଗୁକୁ ରୋକିବାକୁ ବିଏମସି ଲକ୍ଷ୍ୟ ରଖିଛି । ରାଜଧାନୀର ହଟସ୍ପଟଗୁଡ଼ିକୁ ଫୋକସ କରାଯିବ । ଡେଙ୍ଗୁ ରୋକିବାକୁ ବିଏମସି ପକ୍ଷରୁ ଘର ଘର ସମ୍ପର୍କ ଅଭିଯାନରେ ଏପର୍ଯ୍ୟନ୍ତ ୪ ହଜାର ୩୦୯ ଘର ଭିଜିଟ୍ କରାଯାଇଛି । ସେଥି ମଧ୍ୟରୁ ୧ ହଜାର ୪୦ଟି ବ୍ରିଡିଂ ସୋର୍ସ ଚିହ୍ନଟ କରି ନଷ୍ଟ କରାଯାଇଛି । ଏହି ଅଭିଯାନରେ ଲକ୍ଷେରୁ ଅଧିକ ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନ କରାଯାଇଛି । ଚଳିତବର୍ଷ ଡେଙ୍ଗୁରେ ରାଜଧାନୀରେ ଏପର୍ଯ୍ୟନ୍ତ ୧ ହଜାର ୧୬୪ ଜଣ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧରୁ ୪୭୧ ଜଣ ହସ୍ପିଟାଲ ଯାଇଥିବା ବେଳେ ୪୩୧ ଜଣ ଡିସଚାର୍ଜ ହୋଇସାରିଛନ୍ତି । ଏବେ ଡାକ୍ତରଖାନାରେ ୫୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା