The Topmost

“The eyes believe themselves, the ears believe other people.”

ଡିପ୍ରେସନ ଦେଉଛି ସୋସିଆଲ୍ ମିଡିଆ

ସୋସିଆଲ ମିଡିଆର ବହୁଳ ମାତ୍ରାରେ ବ୍ୟବହାର ଏବେ ମାନସିକ ସ୍ତରରେ କୁପ୍ରଭାବ ପକାଉଛି। ଜର୍ଣ୍ଣାଲ୍ ଅଫ୍ ଇଫେକ୍ଟିଭ୍ ଡିସଅର୍ଡର୍ସ ରିପୋର୍ଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସୋସିଆଲ ମିଡିଆକୁ ଅଧିକ ବ୍ୟବହାର କରୁଥିବା ଯୁବପିଢିମାନେ ଛଅ ମାସ ମଧ୍ୟରେ ଡିପ୍ରେସନ ବା ଅବସାଦର ଶିକାର ହୋଇପାରନ୍ତି। ଯେଉଁମାନେ ସୋସିଆଲ ମିଡିଆକୁ ଦିନକୁ ୩୦୦ ମିନିଟରୁ ଅଧିକ ସମୟ ବ୍ୟବହାର କରନ୍ତି, ସେମାନେ ଦୁଇଗୁଣ ଅବସାଦଗ୍ରସ୍ତ ହେବାର ସମ୍ଭାବନା ରହୁଛି। ଆହୁରି ମଧ୍ୟ, ସୋସିଆଲ୍ ମିଡିଆ ବ୍ୟବହାର କରୁ  ନଥିବା ଲୋକ ଏହାର ଅଧିକ ଉପଯୋଗ କରୁଥିବା ଲୋକଙ୍କ  ତୁଳନାରେ ୪୯ ପ୍ରତିଶତ କମ୍ ଉଦାସୀନ ହେବା ଦେଖାଯାଉଛି।

ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟିର ଜନସ୍ୱାସ୍ଥ୍ୟ ଏବଂ ମାନବ ବିଜ୍ଞାନର ଡିନ୍ ବ୍ରିଆନ୍ ପ୍ରାଇମେକଙ୍କ ସହଯୋଗରେ ୧୮ରୁ ୩୦ ବର୍ଷ ବୟସ୍କ ଯୁବକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଆମେରିକାରେ ଉପରୋକ୍ତ ଶ୍ରେଣୀର ୧୦୦୦ ଯୁବକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେମାନେ ଦିନରେ କେତେ ସମୟ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଏଥିସହ, ବିଗ୍ ଫାଇଭ୍ ଇନଭେଣ୍ଟୋରୀ ବ୍ୟବହାର କରି ସେମାନଙ୍କର ବ୍ୟକ୍ତିତ୍ୱ ମପାଯାଇଥିଲା। ଯେଉଁଥିରୁ ଖୋଲାପଣ, ସ୍ୱଳ୍ପ ଖର୍ଚ୍ଚ, ସହମତି ଏବଂ ସାଇକୋପାଥିର ଆକଳନ କରାଯାଇଥିଲା।

ବ୍ରିଟେନର ଜଣେ ୧୪ ବର୍ଷର ଝିଅ ରସେଲଙ୍କ ଆତ୍ମହତ୍ୟା ପାଇଁ ମଧ୍ୟ ସୋସିଆଲ ମିଡିଆ ଦାୟୀ ବୋଲି କୁହାଯାଇଥିଲା। ଆତ୍ମହତ୍ୟାର ଛଅ ମାସ ପୂର୍ବରୁ ଏହି ବାଳିକା  ଆତ୍ମହତ୍ୟା ଓ ଉଦାସୀନତା ସମ୍ବନ୍ଧୀୟ ୨୧୦୦ ପୋଷ୍ଟ ଦେଖିଥିବା ଜଣାପଡ଼ିଥିଲା। ଆମେରିକାରେ ମଧ୍ୟ ୧୦ରୁ ୧୪ ବର୍ଷ ବୟସର ପିଲାମାନଙ୍କର ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ଏହି ସୋସିଆଲ ମିଡିଆ।

SHARE BY