ଡିଆରଡିଓ ନିର୍ମାଣ କରିଛି ମହାହତିଆର । ଯାହା ଋଷର ଶକ୍ତିଶାଳୀ ଏସ୍-୪୦୦୦ ମିଶାଇଲ ପରି ଶତ୍ରୁକୁ ନାଶ କରିବ । ଆକାଶ ପଥରେ ଶତ୍ରୁର ଫାଇଟର ଜେଟ୍ ହେଉ କି ଡ୍ରୋନ, କି ହେଲିକପ୍ଟର କିଛି ବି ଏହାର ଟାର୍ଗେଟରୁ ବର୍ତ୍ତିପାରିବ ନାହିଁ । ସବୁଠାରୁ ବଡ କଥା ହେଉଛି ଏହାକୁ ସହଜରେ କେହି ବି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜେ ନେଇପାରିବ । ଏହାକୁ ସୀମାରେ ମୁତୟନ କରାଯାଇପାରିବ । ଡିଆରଡିଓ ଏହାର ସଫଳ ପରୀକ୍ଷଣ କରିସାରିଛି । ଏହାକୁ ଓଡିଶାର ଚାନ୍ଦିପୁର ସ୍ଥିତ ଆଇଟିଆର ପରୀକ୍ଷଣ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଥରେ ନୁହେଁ ଏହାକୁ ୨ ଥର ପରୀକ୍ଷଣ କରାଯାଇଛି । ଏହାକୁ ସମତଳ ଭୂମି ହେଉ ବା ପାହାଡିଆ ଅଞ୍ଚଳରୁ ସହଜରେ ଉତକ୍ଷେପଣ କରାଯାଇପାରିବ । VSHORADS ର ଓଜନ ମାତ୍ର ୨୦.୫ କେଜି । ଏହାର ଲମ୍ବ ୬.୭ ଫୁଟ, ବ୍ୟାସ ୩.୫ ଇଞ୍ଚ । ଏହା ୨ କେଜି ଓଜନର ହତିଆର ବହନ କରିନେଇପାରିବ । ଏହାର ଟାର୍ଗେଟ ରେଞ୍ଜ ୬ କିଲୋମିଟରରୁ ୧୧,୫୦୦ କିଲୋମିଟର ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା