ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା ସର୍ବନିମ୍ନ ସ୍ତର ଅଟେ । ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ ପାକିସ୍ତାନୀ ଟଙ୍କାରେ ଏହି ହ୍ରାସ ଘଟିଛି । ଏହି ହ୍ରାସର ଅନ୍ୟତମ କାରଣ ହେଉଛି ଯେ ପାକିସ୍ତାନ ଆଇଏମଏଫର ସର୍ତ୍ତ ଅନୁସାରେ ପଦକ୍ଷେପ ନେଇଛି । ଖୋଲା ବଜାର ମୂଲ୍ୟ ଅନୁଯାୟୀ ଏହାର ଟଙ୍କା ଉପରେ ପାକିସ୍ତାନ ସରକାରଙ୍କର ହସ୍ତକ୍ଷେପ ରହୁନାହିଁ । ସରକାରୀ ରାଜକୋଷକୁ ଡଲାର ସହାୟତା ମିଳିବା ପାଇଁ ପାକିସ୍ତାନ ସରକାର ଏପରି କରିଥିବା କୁହାଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ