Deepika Padukone, Kareena Kapoor, Malaika Arora join Farhan Akhtar-Shibani Dandekar at their post wedding bash

ଟ୍ରୋଲ୍‌ ହେଉଛନ୍ତି ମଲାଇକା ଅରୋରା

ମୁମ୍ବାଇ: ଫେବଆରୀ ୨୮: ନିକଟରେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିଜ ବିବାହ ପାର୍ଟି ଦେଇଛନ୍ତି । ଏହି ପାର୍ଟିରେ ଅନେକ ସେଲିବ୍ରିଟି କରୀନା କପୁର, ମଲାଇକା ଅରୋରା, ଅମୃତା ଅରୋରା ଓ କରିସ୍ମା କପୁର ଆଦିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଚାରିଜଣ ଅଭିନେତ୍ରୀ ବୋଲ୍ଡ ବ୍ଲାକ୍ ଲୁକ୍ରେ ନଜର ଆସିଥିଲେ। କିନ୍ତୁ ଏଥି ମଧ୍ୟରୁ ମଲାଇକା ଅରୋରାଙ୍କ ଲୁକ୍ ଚର୍ଚ୍ଚାର ବିଷୟ ହୋଇଯାଇଥିଲା। ତେବେ ତାଙ୍କର ଏହି ବୋଲï ପୋଷାକ ପାଇଁ ସେ ଅନେକ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ମଲାଇକାଙ୍କ ଏହି ପୋଷାକକୁ କେହି ମାଛଧରା ଜାଲ କହିଛନ୍ତି ତ କିଏ ତାଙ୍କୁ ସନ୍ନି ଲିଓନିଙ୍କ ଠାରୁ ମଧ୍ୟ ଅଧିକ ଅଙ୍ଗ ପ୍ରଦର୍ଶନ କରୁଥିବା କହିଛନ୍ତି। ତେବେ ସେମାନଙ୍କ ବିବାହରେ ଯୋଗ ଦେଇଥିବା ଅନ୍ୟମାନଙ୍କ ମଧ୍ୟରେ ସମୀର କୋଚର, ମୋନିକା ଡୋଗ୍ରା, ରିତେଶ ସିଦ୍ୱାନି, ରିୟା ଚକ୍ରବର୍ତ୍ତୀ ଏବଂ ହ୍ରିତିକ ରୋଶନଙ୍କ ଭଳି ତାରକାଙ୍କ ନାମ ରହିଛି। ଖଣ୍ଡାଲାରେ ଫରହାନ୍ ଅଖତର ଏବଂ ଶବାନା ଆଜମିଙ୍କ ଫାର୍ମହାଉସ୍ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

SHARE BY