The Topmost

“The eyes believe themselves, the ears believe other people.”

ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି; ଖୁବଶୀଘ୍ର ଦିଲ୍ଲୀ-ଗୁରୁଗ୍ରାମକୁ ମିଳିବ ସ୍କାଇ ବସ୍ ସର୍ଭିସ୍

ଖୁବ୍ ଶୀଘ୍ର ଦିଲ୍ଲୀ ଓ ଗୁରୁଗ୍ରାମକୁ ମିଳିବ ସ୍କାଇ ବସ୍ ସର୍ଭିସ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ । ଦିଲ୍ଲୀ ଓ ହରିୟାଣାର କିଛି ମନୋନୀତ ସ୍ଥାନରେ ଯାତାୟାତ ଓ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଏହି ସେବା ଆରମ୍ଭ କରି ପାରନ୍ତି ବୋଲି ଗଡକରୀ କହିଛନ୍ତି । ପ୍ରଦୂଷଣ ସହ ଆର୍ଥିକ ବିକାଶ ଉପଯୁକ୍ତ ରଣନୀତି ନୁହେଁ ଏଣୁ ସରକାର ସ୍କାଇବସ୍ ଆଣିବାର ଯୋଜନା କରୁଛନ୍ତି । ତେବେ ପ୍ରକଳ୍ପ ସମ୍ପର୍କରେ ଗଡକରୀ ଧୌଲାକୂଆଁରୁ ମାନସେର ସ୍କାଇବସ୍ ଆରମ୍ଭ କରିବାକୁ ଚାହୁଁଥିବା ଓ ଏହାକୁ ସୋହନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସମ୍ପର୍କରେ କହିଛନ୍ତି । ବୋଷ୍ଟନ କନସଲଟିଂ ଗ୍ରୁପର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ ଜୀବାସ୍ମ ଇନ୍ଧନ ଆମଦାନୀ ହ୍ରାସ କରିବା ।