The Topmost

“The eyes believe themselves, the ears believe other people.”

shoe truck art

ଟ୍ରକ୍‌ ଆର୍ଟ କରି ଚର୍ଚ୍ଚାରେ ପାକ୍‌ କଳାକାର

ଜାତୀୟ ରାଜପଥରେ ଚାଲୁଥିବା ରଙ୍ଗବେରଙ୍ଗର ଫୁଲ, ପଶୁପକ୍ଷୀ, ବୃକ୍ଷଲତାର ଚିତ୍ରରେ ସଜ୍ଜିତ ଟ୍ରକକୁ ଆପଣ ନିଶ୍ଚିତ ଭାବେ ଦେଖିଥିବେ । ଖାସ୍‌ କରି ଭାରତ ଏବଂ ପଡ଼ୋଶୀ ଦେଶରେ କଳାକାରମାନେ ନିଜ କଳାକୁ ଏପରି ଭାବେ ପ୍ରଦର୍ଶିତ କରିଥାନ୍ତି ଯେ ରାସ୍ତାରେ ଚାଲୁଥିବା ପ୍ରତିଟି ବ୍ୟକ୍ତି ଟ୍ରକ ଉପରୁ ନଜର ହଟାଇପାରନ୍ତି ନାହିଁ । ଟ୍ରକ୍‌ରେ ହୋଇଥିବା କଳାକୃତି ଯଦି ଜୋତାରେ ଦେଖନ୍ତି, ତେବେ ସେହି ଜୋତାକୁ ଆପଣ ନପିନ୍ଧି ଘରେ ସଜେଇକି ରଖିବାକୁ ପସନ୍ଦ କରିବେ । ତେବେ ଏପରି କଳାକୃତି କରି ପ୍ରସିଦ୍ଧି ଲାଭ କରିଥିବା ଜଣେ କଳାକାର ହେଉଛନ୍ତି ହାଇଦର ଅଲ୍ଲୀ । ୪୧ ବର୍ଷୀୟ ହାଇଦର ଆମ ପଡ଼ୋଶୀ ଦେଶ ପାକିସ୍ତାନ କରାଚୀର ବାସିନ୍ଦା ।

shoe truck art
shoe truck art @thetopmost-01

http://thetopmost.in/?p=867 ସେ କେବଳ ଜୋତାରେ ନୁହେଁ ବିଭିନ୍ନ ଜିନିଷ ଉପରେ ଟ୍ରକ୍‌ କଳାକୃତି କରିଥାନ୍ତି, ଯାହାକୁ ଦେଖି ଲୋକମାନେ ଆଚମ୍ବିତ ହୋଇଥାନ୍ତି । http://thetopmost.in/?p=861 ପାକିସ୍ତାନୀ କଳାକାର ହାଇଦର ଅଲ୍ଲୀ ନିଜ କଳା ଦ୍ୱାରା ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । http://thetopmost.in/?p=814 ସେ ଆଖି ଲାଗିଲା ପରି ଏକରୁ ଅଧିକ ରଙ୍ଗୀନ ଜୋତା ଡିଜାଇନ କରିଛନ୍ତି, ଯାହାକୁ ଦେଖି ଆପଣଙ୍କୁ ଜୋତା ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ । http://thetopmost.in/?page_id=555 ସୋସିଆଲ ମିଡିଆରେ ନାଇକ୍‌ ସ୍ନିକର୍ସ ଉପରେ ଟ୍ରକ୍‌ ଆର୍ଟର ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି । ହାଇଦର ଅଲ୍ଲୀଙ୍କୁ ତାଙ୍କ କଳା ପାଇଁ କେବଳ ପାକିସ୍ତାନରେ ନୁହେଁ ବରଂ ବିଦେଶୀରୁ ମଧ୍ୟ ଅର୍ଡର ଆସୁଛି । ଏକ ମିଡିଆକୁ ସାକ୍ଷାତକାର ଦେଇ ହାଇଦର କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ୨୦୦୨ ମସିହାରେ ଆମେରିକାରେ ତାଙ୍କର ଟ୍ରକ୍‌ କଳା ଦକ୍ଷତା ପ୍ରଦର୍ଶନ କରିଥିଲେ, ଲୋକମାନେ ଏହାକୁ ଯାଦୁକର ବୋଲି କହିଥିଲେ ।

shoe truck art
shoe truck art @thetopmost-01

ଏହାସହ ଗାଡ଼ିକୁ ଆଲାଦିନର ମ୍ୟାଜିକାଲ କାର୍ପେଟ ଭାବେ ବିବେଚିତ କରିଥିଲେ । ଅଲ୍ଲୀଙ୍କ ଅନୁଯାୟୀ ପାକିସ୍ତାନକୁ ପ୍ରତିନିଧିତ୍ୱ କରି ସେ ବିଦେଶରେ ଅନେକ କର୍ମଶାଳା ଏବଂ ସଂଗ୍ରହାଳୟରେ ଚିତ୍ର ଆଙ୍କିଛନ୍ତି । ସେ ଜୋତା ବ୍ୟତୀତ ସ୍କୁଲ, କାର, ଗାଡ଼ି ଏବଂ ହେଲିକାପଫରରେ ସୁନ୍ଦର ଟ୍ରକ ଆର୍ଟ କରିଛନ୍ତି ।