The Topmost

“The eyes believe themselves, the ears believe other people.”

ଟିଏମସି ନେତାଙ୍କ ଘରେ ପୁଣି ଥରେ ଇଡି ରେଡ୍

ଟିଏମସି ନେତାଙ୍କ ଘରେ ପୁଣି ଥରେ ଇଡି ରେଡ୍ । ପଶ୍ଚିମବଙ୍ଗର ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଏହି ରେଡ୍ ହୋଇଛି । ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ପୋଲିସ ଓ ବିଏସଏଫ ଜବାନଙ୍କ କଡା ସୁରକ୍ଷା ମଧ୍ୟରେ ଇଡି ଚଢାଉ କରିଛି । କୁହାଯାଉଛି ଯେ, ଇଡି ଶାହାଜାହାନଙ୍କ ଘରର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛି ଇଡି । ତେବେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଶେଖ ଶାହାଜାହାନ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସୂଚନା ଅନୁଯାୟୀ, ରାଶନ ଦୁର୍ନୀତି ମାମଲାରେ ଶେଖ ଶାହାଜାହାନ ୧୯ ଦିନ ହେବ ଫେରାର୍ ଅଛନ୍ତି । ଇଡି ତାର ପୁରା ଟିମ୍ ସହ ଆସି ଶାହାଜାନଙ୍କ ଘରେ ଛାପା ମାରିଛି । ଏହି ସମୟରେ ୧୨୫ ସେଣ୍ଟ୍ରାଲ ଫୋର୍ସ କର୍ମଚାରୀ ଏବଂ ୩୫ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ଆଠ ଜଣ ଇଡି ଅଧିକାରୀ ଶେଖ ଶାହାଜାହାନଙ୍କ ଘରେ ଖୋଜାଖୋଜି କରୁଛନ୍ତି ।