ଉତ୍ତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ଓଡିଆ ଶ୍ରମିକ ଫସି ରହିଥିବା ସୂଚନା ଦେଲେ ଉତରକାଶୀ ଏସପି । ରବିବାର ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ଏଥିରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରେ କିଛି ଓଡିଆ ଶ୍ରମିକ ରହିଛନ୍ତି । ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଓ ପାଣି, ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଗତକାଲି ଠାରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୫୦ରୁ ଅଧିକ ଏନଡିଆରଏଫ ସହ, ଏସଡିଆରଏଫ ଏବଂ ଆଇଟିବିପିର ଯବାନଙ୍କୁ ମୁତୟନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଫଶିରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଞ୍ଚି ପାରିନାହାଁନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଉତରକାଶୀ ଏସପି ଅର୍ପଣ ଯଦୁବଂଶୀ କହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ