କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଜେଲ୍ରେ କଏଦୀଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା । ପରିବାରଠାରୁ ଦୂରରେ ରହିବା ଏବଂ ଜୀବିକା ହରାଇବା ସହ ଗହଳିପୂର୍ଣ୍ଣ ଜେଲ୍ର ଚାରିକାନ୍ଥ ମଧ୍ୟରେ ରହୁଛନ୍ତି । ଯାହାକୁ ନେଇ କଏଦୀଙ୍କ ଚାପ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । କିନ୍ତୁ ଜେଲ୍ ମଧ୍ୟରେ କଏଦୀଙ୍କ ମାନସିକ ସ୍ବାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ । ଏନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଦାଖଲ ହୋଇଛି । ଏହି ପିଆଇଏଲ୍ର ଶୁଣାଣି କରି ସୁପ୍ରିମକୋର୍ଟ ଉକ୍ତ ବିଷୟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଏବଂ ଏନେଇ କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କୁ ନୋଟିସ କରିଛନ୍ତି । ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି । କୁଶ୍ କଲ୍ରା ନାମକ ଜଣେ ବ୍ୟକ୍ତି ଏହି ପିଆଇଏଲ୍ ଦାଖଲ କରିଥିଲେ । ଆବେଦନକାରୀ କହିଛନ୍ତି, ଜେଲ୍ରେ କଏଦୀଙ୍କ ପାଇଁ ଅତି ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି ହେଉଛି । ପରିବାରଠାରୁ ଦୂରରେ ରହି ଅତ୍ୟନ୍ତ ଚାପରେ ଥିବା କଏଦୀଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ