୨୦୨୪ ପାଇଁ ପୋଷ୍ଟର ଜାରି କଲା ଜେଡିୟୁ । ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ନେତା କେ, ଚନ୍ଦ୍ରଶେଖର ରାଓ ବିହାର ଗସ୍ତରେ ଯାଇ ପାଟନା ଠାରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିବା ପରେ ଦିଲ୍ଲୀ ରାଜନୀତିରେ ଏକ ନୂଆ ସମିକରଣ ଆଶା କରାଯାଉଛି । ଗତକାଲିର ଭେଟ ପରେ ଆଜି ଜେଡିୟୁ ତରଫରୁ ଏକ ଅଫିସିଆଲ ପୋଷ୍ଟର ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ପୋଷ୍ଟର ସହିତ ରହିଛି ନିତୀଶ କୁମାରଙ୍କ ଫଟୋ । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ପୋଷ୍ଟର ସିଧାସଳଖ ଭାବେ ୨୦୨୪ କୁ ଇସାରା କରୁଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ