୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜେଡିଏସ୍ ପାଇଁ ପ୍ରଚାର କରିବେ । ଏନେଇ ‘ଜେଡିଏସ୍’ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀ କହିଛନ୍ତି । ସୂଚନାଯୋଗ୍ୟ, କୋଲ୍କାତାର କାଳିଘାଟସ୍ଥିତ ବାସଭବନରେ କୁମାରସ୍ବାମୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ଏ ସଂକ୍ରାନ୍ତରେ ଟୁଇଟ୍ କରି କୁମାରସ୍ବାମୀ ଲେଖିଛନ୍ତି: କୋଲ୍କାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲି। ସେ ମୋତେ ଭବ୍ୟ ଆତିଥ୍ୟତା ପ୍ରଦାନ କରିଥିଲେ । ଆମେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ‘ପଞ୍ଚ ରତ୍ନ ଯାତ୍ରା’ର ସଫଳତା ଓ ଜାତୀୟ ରାଜନୈତିକ ଘଟଣାବଳି ପ୍ରସଙ୍ଗରେ ଆଲୋଚନା କଲୁ । ଜାତୀୟ ନିର୍ବାଚନରେ ‘ଜେଡିଏସ୍’ ସହିତ ମିଶି କାମ କରିବା ବିଷୟରେ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘ଜନତା ଦଳ ସିକ୍ୟୁଲାର୍’ ସପକ୍ଷରେ ପ୍ରଚାର କରିବା ଲାଗି ସେ କର୍ଣ୍ଣାଟକ ଗସ୍ତରେ ଆସିବେ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ