ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ୨୪ଟି କାର୍ଯ୍ୟ ଦିବସ ଥିବା ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ଉଦ୍ୟମ କରିଛନ୍ତି । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ସବୁ ଦଳର ସଦସ୍ୟମାନେ ଉପସ୍ଥିତ ରହି ଗୃହ ସୁପରିଚାଳନା ଉପରେ ଆଲୋଚନା କରିବେ । କରୋନା ମହାମାରୀ ଭୟ ଯାଇନଥିବାରୁ ଗୃହ ୫ ଘଣ୍ଟା ଚାଲିବ ନା ଫୁଲ୍ ଟାଇମ୍ ଚାଲିବ ତା ଉପରେ ଆଲୋଚନା କରାଯିବ । ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍ ।
More Stories
ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି
ଶ୍ରୀମନ୍ଦିର ସେବାୟତଙ୍କୁ ହାଣିଲେ ଦୁର୍ବୁତ୍ତ
ଓଡିଶାକୁ ବାତ୍ୟା ଭୟ