ଆସନ୍ତା ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ୬୨ ଦିନ ପର୍ଯ୍ୟନ୍ତ ଯାତ୍ରା ଚାଲିବା ନେଇ ଜାରି ହୋଇଛି କାର୍ଯ୍ୟସୂଚୀ । ଏଥିପାଇଁ ଶ୍ରଦ୍ଧାଳୁମାନେ ଆସନ୍ତା ୧୭ ତାରିଖଠାରୁ ଆବେଦନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ କରିବା ସୁବିଧା ରହିଥିବା ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ସୂଚନା ଦେଇଛନ୍ତି । ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକରୁ ଯାତ୍ରା ଆରମ୍ଭ ହେବ । ଦକ୍ଷିଣ କଶ୍ମୀରରେ ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ । ଅଗଷ୍ଟ ୩୧ରେ ଯାତ୍ରା ସରିବାକୁ ଥିବାବେଳେ ସୁରୁଖୁରୁରେ ଯାତ୍ରା ଶେଷ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରାଥମିକତା ଦିଆଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ