ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସ ମାରିଥିବା ଗୁଳିକୁ ଶେଷରେ ପାଇଲା କ୍ରାଇମବ୍ରାଞ୍ଚ । ୪ ଦିନ ପରେ ଗୁଳି ପାଇଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଏବେ ଜବତ ହୋଇଛି । ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି । କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ବଡ ପ୍ରମାଣ । ଯାହାକୁ ଖୋଜିବା ପାଇଁ ବିଭିନ୍ନ ରଣନୀତି ଆପଣାଯାଇଥିଲା । ଆଉ ଏବେ ଗୁଳିଟି ପାଇବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍