ସେପ୍ଟେମ୍ବର ୯ରୁ ଜି-୨୦ ବୈଠକ ଆରମ୍ଭ ହେବାକୁ ଯାଉଛି । ଏନେଇ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ଏହି ବୈଠକରେ ବିଶ୍ୱରେ ବଡ ବଡ ନେତା ଯୋଗଦେବେ । ପ୍ରଗତି ମୈଦାନ ନିକଟରେ ଥିବା ଭାରତ ମଣ୍ଡପରେ ଏହି ବୈଠକ ବସିବ । ଏହି ସ୍ଥାନରେ ଜି-୨୦ର ଲୋଗୋ ମଧ୍ୟ ରଖାଯାଇଛି । ସେହିପରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗଦେବେ ନାହିଁ । ଚୀନ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ଜି-୨୦ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, କୋରିଆ, ମେକ୍ସିକୋ, ରୁଷ୍, ବ୍ରିଟେନ, ଆମେରିକା ଆଦି ସଦସ୍ୟ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି