The Topmost

“The eyes believe themselves, the ears believe other people.”

ଜିଅନ୍ତା ଜଳିଗଲେ ୫୧ ଜଣ କଏଦୀ

ପଶ୍ଚିମ କଲମ୍ବିଆର ତୋଲୁଆ ସହରର ଏକ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୫୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇ ଥିବାବେଳେ ପାଖାପାଖି ୨୪ ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କ ମଧ୍ୟରେ ଜେଲର ସୁରକ୍ଷା କର୍ମୀ ଥିବା ଜଣାପଡିଛି । କଲମ୍ବିଆର ଆଇନମନ୍ତ୍ରୀ ୱିଲସନ୍ ସୂଚନା ଦେଇଛନ୍ତି ଯେ କଏଦୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଜଣେ କଏଦୀ ଗଦିରେ ନିଆଁ ଲଗାଇ ଦେଇଥିଲା । ଯାହା ପର ମୁହୂର୍ତ୍ତରେ ବ୍ୟାପୀଯାଇଥିଲା । ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ଅନେକ କଏଦୀଙ୍କର ମୃତ୍ୟୁ ହୋଇସାରିଥିଲା ।