The Topmost

“The eyes believe themselves, the ears believe other people.”

ଜାଲ୍ ମେଡିସିନ୍ ବନ୍ଦ କରିବାକୁ ପଦକ୍ଷେପ

ନକଲି ଔଷଧ ଦୋକାନୀ ସାବଧାନ । ଜାଲ୍ ମେଡିସିନର ପ୍ରସାର ରୋକିବାକୁ ବଡ଼ ପଦକ୍ଷେପ । ଦେଶରେ ଔଷଧର ଗୁଣବତ୍ତା ନେଇ ଗଠିତ ହେବ ନ୍ୟାସନାଲ ଡ୍ରଗ୍ସ ଡାଟାବେସ । ଏହି କମିଟି ଡ୍ରଗ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ଦେଶବ୍ୟାପୀ ଏହାର ମାର୍କେଟିଂ ଯାଏ ସବୁକିଛି ଅନୁଧ୍ୟାନ କରିବ । ପ୍ୟାନେଲରେ ରହିବେ ୭ଜଣ ସଦସ୍ୟ । ଏହି ପ୍ୟାନେଲ ଆସନ୍ତା ୩ ମାସ ମଧ୍ୟରେ ବିଭିନ୍ନ ସୁପାରିସ ସହ ଡାଟାବେସ ଦାଖଲ କରିବେ । ଦେଶରେ ଜାଲ୍ ମେଡିସିନର ପ୍ରସାର ବ୍ୟାପକ ହେଉଥିବାବେଳେ ଏହାକୁ ରୋକିବାରେ ସକ୍ଷମ ହେବ ଡାଟାବେସ ।